spot_img

Latest Posts

ବଢ଼ୁଛି ହାତୀପଲଙ୍କ ଉପଦ୍ରବ, ଘର ଭାଙ୍ଗୁଛନ୍ତି ଧାନ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳରେ ହାତୀ ଉପଦ୍ରବ । ଗଲା ୧୦ ଦିନ ହେବ ଏହି ଅଞ୍ଚଳରେ ହାତୀପଳ ପଶି ଧାନ ଓ ପନିପରିବା ଚାଷ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ବିନିକା ଏନଏସିର ଗୁଲାପଡା ଅଂଚଳରେ ହାତୀ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ପନିପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛନ୍ତି  ।ଏବେ ଧାନ ଅମଳ ହେବାକୁ ଥିବା ବେଳେ ହାତୀପଲ ଧାନ ବିଲ ଭିତରେ ପଶି ଧାନ ଚାଷ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।

ଏହି ହାତୀ ପଲ ଉଲୁଣ୍ଡା ବ୍ଲକ ସିଂହାସନ ଜଙ୍ଗଲରୁ ଆସିଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ବନ ବିଭାଗ ହାତୀ ଘଉଡିବାରେ ବିଫଳ ହେଉଛନ୍ତି  । ବିନିକା ଅଂଚଳରେ ଏବେ ହାତୀ ଯୋଗୁଁ ଲୋକେ ଭୟ ଓ ଆତଙ୍କରେ ରହୁଥିବା ଦେଖିବାକୁ ମିଳିଛି  । ଏହି ହାତୀପଲକୁ ସ୍ଥାନୀୟବାସୀଙ୍କ ସହ ବନବିଭାଗ ଘଉଡାଇବାରେ ଲାଗିଥିଲେ ମଧ୍ୟ ଦଶ ଦିନ ହେଲା ହାତୀ ପଲ ଏହି ଅଞ୍ଚଳରେ ଡେରା ବାନ୍ଧିଛନ୍ତି  ।

Latest Posts

Don't Miss