ଉଗ୍ରତାରା ମନ୍ଦିର ରାସ୍ତାରେ ଦନ୍ତା ହାତୀଙ୍କ ଆତଙ୍କ, ଧାନ ଖାଇବା ଲୋଭରେ ଗାଁ ଭିତରେ ପସୁଛନ୍ତି ହାତୀପଲ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମାତିଛନ୍ତି ହାତୀପଲ। ବିଲରେ ଧାନ ପାଚିଥିବାରୁ ଏବେ ବିଲ ମୁହାଁ ହାତୀ। ବିଲକୁ ଆସିବା ସହ ଗାଁ ଭିତରକୁ ମଧ୍ୟ ଧସେଇ ପସୁଛନ୍ତି ହାତୀପଲ। ଟାଙ୍ଗୀ ଭୁଷଣ୍ଡ ପୁର ଉଗ୍ରତାରା ରାସ୍ତାରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ଉଗ୍ରତାରା ଜଙ୍ଗଲରେ ୧୭ ଟି ହାତୀ ଥିବା ବେଳେ ସେଥିରୁ ଗୋଟିଏ ଦନ୍ତା ବାହାରି ଆସି ରାସ୍ତା ଉପରେ ବୁଲୁଛି। ଯେଉଁଥିପାଇଁ ଲୋକେ ଭୟର ରହୁଛନ୍ତି। ଭୟରେ ରାସ୍ତାରେ ଗାଡି ଚଳା ଚଳା ବନ୍ଦ ରହିଛି। କିଛି ଦିନ ହେଲା ଜଙ୍ଗଲୀ ହାତୀ ପଲ ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ରେ ଚଳାଇଛନ୍ତି ଆତଙ୍କ ରାଜ୍। ଦିନ ବେଳା ଜଙ୍ଗଲରେ ହାତୀ ମାନେ ରହୁଥିବା ବେଳେ ରାତି ହେଲେ ହାତୀ ପଲ ଖାଦ୍ୟ ଲୋଭରେ ଗାଁ ନିକଟସ୍ଥ ଚାଷ ଜମିରେ ପଶି ଵ୍ୟାପକ ଚାଷ ଫସଲ କରୁଛନ୍ତି ନଷ୍ଟ କକରୁଛନ୍ତି। ସେପଟେ ଅଭିଯୋଗ ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛି।

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ମଧ୍ୟ ମାତିଛନ୍ତି ହାତୀପଲ। ଭାଙ୍ଗିଲେ ଘର, ଖାଇଲେ ଚାଉଳ। ଶିଶୁ ଛୁଆ ଗୁରୁତର, ଭଉଣୀ ଆହତ। ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡର କୋଇଡା  ଅଞ୍ଚଳରେ ପୁଣି ତାଣ୍ଡବ ରଚି ଚାଲିଛନ୍ତି ୨୬ ଟିକିଆ ହାତୀପଲ। କୋଇଡ଼ା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ କାଦୋଡିହା ହର୍ଟିଂ ଠାରେ ଆଜି ଭୋର୍ ୪ଟା ବେଳେ ୨୬ ଟିକିଆ ହାତୀପଲ ଗାଁ ରାସ୍ତା ଦେଇ ଜଙ୍ଗଲ ଯିବା ବେଳକୁ ଗ୍ରାମ ଶେଷ ପ୍ରାନ୍ତରେ ଥିବା ମୁନୁ ଲୋହାରଙ୍କ ଘର ଭାଙ୍ଗି ଚୁରମାର କରିବା ସହ ଚାଉଳ ଖାଇଦେଇଥିଲେ।

ଦୁଇ ଭାଇ ଭଉଣୀ ଘର ଭିତରେ ଶୋଇଥିଲେ। ହାତୀ ୬ ବର୍ଷର ଶୁଭମର ଗୋଡ ଭାଙ୍ଗିଦେଇଥିବା ବେଳେ ଭଉଣୀ ଚତୁରତାର ସହ ଖସି ଆସିଥିଲେ ତଥାପି ଇଟା ପଡି ଅଣ୍ଟାରେ ଆଘାତ ଲାଗିଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଛୁଆକୁ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ବାରମ୍ବାର ହାତୀପଲ ଏଭଳି ଘଟଣା ଘଟାଇଥିଲେ ହେଁ ବନବିଭାଗ ପକ୍ଷରୁ ଘଉଡାଇବା ଉଦ୍ୟମ ବିଫଳ ହେବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ସେପଟେ ଅମଳ ସମୟରେ ହାତୀ ଉପଦ୍ରବ। ଫସଲ ଖାଇବାକୁ ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ସେଲେଡି, ମହାଦେବପାଲି, ମହଦା ଆଦି ଗାଁଗୁଡିକରେ ହାତୀପଲ ଆସି ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ହାତୀପଲ ଗାଁକୁ ଆସି ଗାଁର ଅନେକ ଧାନବିଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଖବର ପାଇ ବିନିକା ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ହାତୀ ଘଉଡାଇବାରେ ଲାଗିଛନ୍ତି। ତେବେ  ହାତୀପଲ ଦେଖି ଭୟଭିତ  ହୋଇପଡିଛନ୍ତି ଚାଷୀ ତଥା ସ୍ଥାନୀୟ ଲୋକେ।

Leave a Reply