spot_img

Latest Posts

ହାତୀକୁ ଭୟ କରି ଦୌଡ଼ି ପଳାଉଥିବା ବେଳେ ଘଟିଲା ଅଘଟଣ, କଚାଡ଼ି ମାରିଦେଲା ଦନ୍ତା

କେନ୍ଦୁଝର: ରାଜ୍ୟରେ ବଢ଼ିଚାଲିଛି ହାତୀ ଆତଙ୍କ। ହତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଜଗମୋହନପୁର ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ। ମୃତ ମହିଳା ଗାଁର ଜାନକୀ ପଧାନ। ଗତକାଲି ରାତି ପ୍ରାୟ ସାଢ଼େ ୩ଟାରେ ହାତୀ ଗାଁରେ ପସି ଯାଇଥିଲା।

ଲୋକମାନେ ପାଟି କରିବାରୁ ଜାନକୀ ଘରୁ ବାହାରି ଅନ୍ୟ ଜଣକ ଘରକୁ ପଳାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଜାନକୀଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ଜାନକୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହାତୀ ଗତିବିଧି ଉପରେ ନଜର ରଖିଛି।

Latest Posts

Don't Miss