ମାତିଛନ୍ତି ହାତୀ: ଦେଢ଼ମାସ ହେଲା କରୁଛନ୍ତି ଉତ୍ପାତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ମାତିଛନ୍ତି ହାତୀ । ୨୫ ଟିକିଆ ହାତୀପଲର ଉତ୍ପାତରେ ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ଲୋକେ । ଦେଢ ମାସରୁ ଅଧିକ ହେଲା ସ୍ଥାନୀୟ ଅଞ୍ଚଳରେ କରୁଛନ୍ତି ଉତ୍ପାତ । ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ବାର ଭାଙ୍ଗି କରୁଛନ୍ତି ଛାରଖାର ।
ଗତକାଲି ରାତିରେ ହାତୀ ପଲ ଚମ୍ପୁଆ ବନଖଣ୍ଡକୁ ଫେରିଯାଇଥିବାବେଳେ ସକାଳୁ ପୁଣି କରଞ୍ଜିଆ ଅଞ୍ଚଳକୁ ଲେଉଟିଛନ୍ତି । ହାତୀଙ୍କୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଏବେ ଯାଏଁ ସଫଳତା ମିଳିପାରିନାହିଁ ।