ତୁରେକେଲାରେ ହାତୀ ଆତଙ୍କ, ପନିପରିବାଠାରୁ କଦଳୀ ଚାଷ ପର୍ଯ୍ୟନ୍ତ ସବୁ ନଷ୍ଟ..

1 min read

file Photo

କଣ୍ଟାବାଞ୍ଜି: ତୁରେକେଲା ଅଂଚଳରେ ହାତୀ ଆତଙ୍କ ଦେଖାଯାଇଛି । ଗତ କିଛି ଦିନ ହେଲା ୩୦ ଟିକିଆ ହାତୀ ପଲ ତୁରେକେଲା ଅଂଚଳର ବିଭିନ୍ନ ଗାଁକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଶନିବାର ବିଲମ୍ବିତ ରାତିରେ ମହୁଲପାଟି ଗାଁର ଯୋରଖଣ୍ଡିପଡାରେ ହାତୀ ପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

ବର୍ଷକର ଅମଳ କରିଥିବା ଧାନକୁ ହାତୀ ଖାଇ ଦେଇଛନ୍ତି । ପନି ପରିବା, କଦଳୀ ଚାଷ ସବୁ ନଷ୍ଟ କରି ଦେଇଛନ୍ତି । କେତେକ ଲୋକଙ୍କ ଘର ମଧ୍ୟ ଭାଙ୍ଗିବା ସହ ଗାଇ ଗୁହାଲ ମଧ୍ୟ ଭାଙ୍ଗିଛନ୍ତି ହାତୀ ପଲ । ତେବେ ଜୀବନ ବଂଚଇବା ପାଇଁ ପଡାର ଲୋକ ଛୋଟ ଛୋଟ ଛୁଆ ପିଲାକୁ ନେଇ ପଡାର ୱାର୍ଡ ମେମ୍ବରଙ୍କ ଘରେ ଆଶ୍ରୟ ନେଇଥିବା ସୂଚନା ମଳିଛି ।

File Photo

ବନ ବିଭାଗ ଠିକ୍‌ରେ କାମ କରୁନଥିବା ବେଳେ ରେଂଜର ମଧ୍ୟ ଗାଁକୁ ଆସୁନାହାନ୍ତି । ଯଦି ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ଉଦ୍ୟମ କରାଯାଏ ତେବେ ଗାଁ ଲୋକ ଶାନ୍ତିରେ ରହିପାରିବେ ବୋଲି କହିଛନ୍ତି । ବନ ବିଭାଗର ଅବହେଳା ଯୋଗୁଁ ଗାଁ ଲୋକଙ୍କୁ ହାତୀ ଆତଙ୍କ ଘାରିଛି । ଅନ୍ୟପଟେ ହାତୀ ଯୋଗୁ ହୋଇଥିବା କ୍ଷୟକ୍ଷତି ସରକାର ପୁରଣ କରନ୍ତୁ ବୋଲି ଯୋରଖଣ୍ଡିପଡା ଗ୍ରାମବାସୀ ଦାବି କରିଛନ୍ତି ।

ଗୋଟିଏ ପଟେ ହାତୀ ଆତଙ୍କରେ ଲୋକେ ଆତଙ୍କିତ ଥିବା ବେଳେ ଅନ୍ୟପଟେ ହାତୀ ମୃତ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଶନିବାର ବିଳମ୍ବିତ ରାତିରେ ରାଉରକେଲାର ଇଣ୍ଟରସିଟି ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଏହି ହାତୀ ମୃତ୍ୟୁ ପାଇଁ କିଏ ଦାୟୀ ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଆରଏମ୍‌ ।

Leave a Reply