କଟକ ଜଗତପୁରରେ ଗଜରାଜ ଆତଙ୍କ, ହାତୀପଲଙ୍କ ଆକ୍ରମଣରେ ୨ ମୃତ

କଟକ: କଟକ ଜଗତପୁରରେ ଉତ୍ପାତ କରୁଛି ହାତୀ । ହାତୀ ଆକ୍ରମଣରେ ୨ ଜଣଙ୍କର ଜୀବନ ଯାଇଛି । ଜଗତପୁରରେ ଏବେ ଜୋରଦାର ଚାଲିଛି ହାତୀ ଘଉଡ଼ାଇବା ଅଭିଯାନ । ହାତୀ ଘଉଡ଼ାଇବା ପାଇଁ ୧୦୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେପଟେ ଜଗତପୁର ଅଞ୍ଚଳରରେ ଉତ୍ପାତ କରୁଥିବା ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବ । ଏଥିପାଇଁ ନନ୍ଦନକାନନରୁ ସ୍ୱତନ୍ତ୍ର ଟିମ୍ ଜଗତପୁର ଅଭିମୁଖେ ବାହାରିଛି । ଏବେ ଜଗତପୁର ଶିଳ୍ପାଞ୍ଚଳରେ ପଶିଛନ୍ତି ହାତୀପଲ । ଶିଳ୍ପାଞ୍ଚଳ ଭିତରେ ଜଣେ ସାଇକେଲ ଆରୋହୀଙ୍କୁ ଆକ୍ରମଣ କରିଛି ହାତୀ । ଗୁରୁତର ଅବସ୍ଥାରେ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛି ।

ସେପଟେ ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ କେହି ଯାତାୟାତ ନ କରିବା ପାଇଁ ସତର୍କ କରିଛି ବନ ବିଭାଗ । ଅନ୍ୟପକ୍ଷରେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ହାତୀ ନଦୀ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି ।