ଜଗତପୁରରେ ହାତୀ ଆତଙ୍କ, ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ

କଟକ: କଟକ ଜଗତପୁରରେ ଗଜରାଜ ଆତଙ୍କ । ହାତୀପଲଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅଛନ୍ତି । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ କେହି ଯାତାୟତ ନ କରିବା ପାଇଁ ସତର୍କ କରିଛି ବନ ବିଭାଗ । ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ବନ ବିଭାଗ । ସେପଟେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ହାତୀ ନଦୀ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି ।