ତୁରେକେଲା ଅଞ୍ଚଳରେ ହାତୀପଲଙ୍କ ଆକ୍ରମଣ, ସେପଟେ କୁଳଢିଆ ଅଭୟାରଣ୍ୟରେ ମାଇ ହାତୀର ମୃତ ଦେହ ଠାବ

ବଲାଙ୍ଗୀର/ବାଲେଶ୍ୱର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ହାତୀ ଆତଙ୍କ । ଗତ ଏକ ମାସରୁ ଅଧିକ ଦିନ ହେବ ୩୦ ଟିକିଆ ହାତୀ ପଲ ତୁରେକେଲା ଅଞ୍ଚଳର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବିଲମ୍ବିତ ରାତି ମାଲପାମୁଣ୍ଡା ଗାଁରେ ହାତି ପଲ ପସି ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି । ବର୍ଷକର ଅମଳ କରିଥିବା ଧାନକୁ ହାତୀ ଖାଇ ଦେଇଛନ୍ତି । ପନିପରିବା , କଦଳି ଚାଷ ସବୁ ନଷ୍ଟ କରି ଦେଇଛନ୍ତି ହାତୀପଲ । ପଡାର କେତେକ ଲୋକଙ୍କ ଘର ମଧ୍ୟ ଭାଙ୍ଗିଛନ୍ତି ହାତୀପଲ । ବନ ବିଭାଗ ଠିକରେ କାମ କରୁନଥିବା ବେଳେ ରେଞ୍ଜର ଗାଁକୁ ଆସୁନଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ଲୋକେ ।

 

ସେପଟେ ବାଲେଶ୍ୱର ନିଳଗିରି ଉପଖଣ୍ଡ କୁଳଢିଆ ଅଭୟାରଣ୍ୟରେ ମାଇ ହାତୀର ମୃତ ଦେହ ଠାବ । ହାତୀଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ  । ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଛେଦ କରୁଛି । ହାତୀ କୁଳଡିହା ବନାଞ୍ଚଳ ଅଧିକାରୀ ଓ ସବୁଜ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ବ୍ୟବଛେଦ ରିପୋର୍ଟ ଆସିଲା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ଅଧିକାରୀ କହିଛନ୍ତି ।

Leave a Reply