ଆନନ୍ଦପୁରରେ ହାତୀ ଆତଙ୍କ : ଉଭୟରେ ରାତିରେ ଖଟତଳେ ବିତୁଛି ଜୀବନ

କେନ୍ଦୁଝର: ଆନନ୍ଦପୁର ବନଖଣ୍ଡ ତନେଇପାଳ ଗାଁରେ ଦନ୍ତା ହାତୀଙ୍କ ଉତ୍ପାତ। ଗାଁ ଦାଣ୍ଡରେ ବୁଲୁଛି ହାତୀ । ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ସହ ସାଇତା ଧାନକୁ ଖାଇ ନଷ୍ଟ କରୁଛି । ଗାଁର ଦିଲ୍ଲୀପ ମହାନ୍ତ ଓ ଭରତ ମହାନ୍ତଙ୍କ ଘର ଭାଙ୍ଗିରୁଜି ଦେଇଛି ଦନ୍ତା ।

ହାତୀ ଭୟରେ ଖଟତଳେ ସାରା ରାତି ବିତୁଛି ଜୀବନ । ଦନ୍ତା ଉଭୟ ପରିବାରର ୩ କୁଇଣ୍ଟାଲରୁ ଅଧିକ ଧାନ ଚାଉଳ ଖାଇ ଗାଁ ଦାଣ୍ଡରେ ବୁଲି ଉତ୍ପାତ ମଚାଇଥିଲା । ବନବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।