spot_img

Latest Posts

ଶୀତରେ ମାତିଛନ୍ତି ଦନ୍ତା ; ବାଲିଗୁଡ଼ା ବନଖଣ୍ଡରେ ଖେଳାଉଛନ୍ତି ଆତଙ୍କ

କନ୍ଧମାଳ : ଶୀତରେ ମାତିଛନ୍ତି ଦନ୍ତା… କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଖେଳାଉଛନ୍ତି ଆତଙ୍କ । ନଷ୍ଟ କରୁଛନ୍ତି ଫସଲ । ହାତୀପଲଙ୍କ ଉପରେ ନଜର ରଖିଛି ବନବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼, ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚାଉଛନ୍ତି । ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ବେଲଘର, ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ଼ ଅଞ୍ଚଳରେ ମଧ୍ୟ ୨୦ ରୁ ଉର୍ଦ୍ଧ୍ୱ ହାତୀ ଚଳପ୍ରଚଳ କରିବା ସହ ଅନେକ ଲୋକଙ୍କ ବିରି, ମୁଗ, କପା ଫସଲ ନଷ୍ଟ କରିଥିବା ଜଣାପଡ଼ିଛି ।

ସେପଟେ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ । ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନ ବି କରୁଛି । କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ବର୍ତ୍ତମାନ କେସ୍ରାଗୁଡ଼ା ନିକଟସ୍ଥ ଡେଙ୍ଗୁଡ଼ା ଗାଁ ଜଙ୍ଗଲରେ ଥିବା ଜଣାପଡ଼ିଛି । ସେପଟେ ହାତୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି ।

Latest Posts

Don't Miss