ସମ୍ବଲପୁର ସାପଲହରା ଗାଁ ପୋଖରୀରୁ ଉଦ୍ଧାର ହେଲା ହାତୀ, ବିଶେଷଜ୍ଞଙ୍କ ଦ୍ୱାରା ଚାଲିଛି ଚିକିତ୍ସା

ସମ୍ବଲପୁର: ଜୀବନ ସହ ସଂଗ୍ରାମ କରୁଛି ପୋଖରୀ ପଙ୍କରେ ଫସିଥିବା ହାତୀ । ୭୨ ଘଣ୍ଟା ପରେ ଓୟୁଏଟି ଓ ସାତକୋଶିଆର ସ୍ୱତନ୍ତ୍ର ଟିମ୍ ପହଞ୍ଚି ହାତୀକୁ ରଶିରେ ବାନ୍ଧି କୂଳକୁ ଟାଣି ଆଣିଛନ୍ତି । ହାତୀ ଅସୁସ୍ଥ ଥିବାରୁ ଏତେ ସମୟ ପାଣି ଓ ପଙ୍କରେ ରହି ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଛି । ତେବେ ବର୍ତ୍ତମାନ ଅସୁସ୍ଥ ହାତୀର ଚିକିତ୍ସା ଜାରି ରହିଛି । ହାତୀକୁ ପୋଖରୀ ଭିତରୁ କାଢ଼ିବା ପାଇଁ ବନ ବିଭାଗର ସବୁ ଫର୍ମୁଲା ଫେଲ ମାରିବା ପରେ ଆଜି ଓୟୁଏଟି ଓ ସାତକୋଶିଆରୁ ଟିମ୍ ଆସି ହାତୀକୁ କୂଳକୁ ଟାଣି ଆଣିବା ସହ ତା’ର ଚିକିତ୍ସା କରୁଛନ୍ତି । ଲଗାତର ୩ ଦିନ ଧରି ହାତୀକୁ ପାଣି ପଙ୍କରୁ କାଢ଼ିବାକୁ ନାକେଦମ ହୋଇଛି ବନ ବିଭାଗ । କେତେବେଳେ ହାତୀ କୂଳକୁ ଆସୁଥିଲା ତ ଆଉ କେତେବେଳେ ପାଣି ମଝିରେ ଶୋଇପଡୁଥିଲା ।