ନନ୍ଦନକାନନରେ ଆଉ ପ୍ରେମାକୁ ଦେଖିବାକୁ ପାଇବେନି ପର୍ଯ୍ୟଟକ

ଭୁବନେଶ୍ୱର: ଆଖି ବୁଜିଲା ନନ୍ଦନକାନନର ବୟସ୍କା ହାତୀ ପ୍ରେମା  । ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମା ଆଜି ୬୭ ବର୍ଷ ବୟସରେ ଆଖ୍ ବୁଜିଛି  । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।  ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୀର୍ଘ ଦିନ ଧରି  ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲା ପ୍ରେମା  । ଶେଷରେ ଅପରାହ୍ନରେ ଅସୁସ୍ଥ ପ୍ରେନା ଆଖି ବୁଜିଛି  ।

ହାତୀଟି କିଛିଦିନ ହେବ ଅସୁସ୍ଥ ରହିଥିଲା । ତାର ଆଗ ଵାମ ପଟ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା । କ୍ଷତକୁ ଭଲ କରିବାକୁ ପ୍ରତିଦିନ ଡ୍ରେସିଂ କରାଯାଉଥିଲା । ହେଲେ ଗତକାଲି ସେ ହଠାତ ଗୁରୁତର ହୋଇପଡିବାରୁ ପ୍ରାଣିଚିକିତ୍ସକ ତାର ଚିକିତ୍ସା ଜାରି ରଖିଥିଲେ । ସବୁ ଚିକିତ୍ସା ପରେ ବି ଶେଷରେ ଆଖି ବୁଜିଲା ହାତୀ ପ୍ରେମା । ମୋଟ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।