spot_img

Latest Posts

ଧାନ ଜଗିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଟାଙ୍ଗୀ: ଧାନ ଜଗିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା। ମୃତକ ହେଲେ ଟାଙ୍ଗୀ ରଣପୁର ଥାନା ବାନ୍ଧପଲ୍ଲା ଗାଁକ ଜଗବନ୍ଧୁ ଜେନା। ଅଞ୍ଚଳରେ ୧୩ଟିକିଆ ହାତୀପଲ ବିଚରଣ କରୁଥିବା ସୂଚନା ଥିଲା । ହେଲେ ହାତୀ ଦାଉରୁ ନିଜ ଖରାଟିଆ ଧାନ ରକ୍ଷା କରିବାକୁ ଯାଇ ଭାଡ଼ି ବାନ୍ଧି ରହିଥିଲେ। ଏହି ସମୟରେ ହାତୀ ପଲରୁ ଏକ ଦନ୍ତା ଆସି ଭାଡ଼ିରେ ଜଗବନ୍ଧୁଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଭାଡ଼ିରୁ ଖସି ପଡ଼ିଥିବା ଜଗବନ୍ଧୁଙ୍କୁ ଦଳିଦେଲା ଦନ୍ତା।

ସ୍ଥାନୀୟ ଲୋକ ଯାଇ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଦାବି ହୋଇଛି । ଟାଙ୍ଗୀ ରଣପୁର ରେଂଜ୍ ଅଫିସର ଦେବାଶିଷ ଭୋଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିଵାର ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Latest Posts

Don't Miss