ହାତୀଙ୍କ ପାଇଁ ଛାନିଆ ଲୋକେ, ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ: ସୁନ୍ଦରଗଡ ବଡଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ଗାଁରେ ଗତ ସପ୍ତାହେ ହେଲା ହାତୀ ଉପଦ୍ରବ ଜାରି ରହିଛି । ହାତୀପଲ ଲଗାତାର ଫସଲ ନଷ୍ଟ କରିଚାଲିଥିବା ବେଳେ ଗତକାଲି ଜଣେ ବ୍ଯକ୍ତିଙ୍କୁ କଚାଡି ମାରିଛିନ୍ତି ହାତୀ । ଗତ ସପ୍ତାହେ ହେଲା କୁତ୍ରା ଓ ବଡଗାଁ ବନାଞ୍ଚଳରେ ୪୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରିରହିଛି ।

ପଞ୍ଚରା, ନୂଆଗାଁ, ପତ୍ରାପଡା, କୁଲସର, ରାଏଡିହି, ଝିରପାଣି, କିରିଙ୍ଗସେରା ଅଞ୍ଚଳରେ ହାତୀପଲ ଉତପାତ କରିଛନ୍ତି । ଆଜି କରିଙ୍ଗସେରା ଅଞ୍ଚଳକୁ ଆସି ଗାଁର ଶ୍ମଶାନ ଛାରଖାର କରିଦେଇଛନ୍ତି  । ଧାନ ଫସଲ ଖାଇବା ସହ ଦଳମକଚି ନଷ୍ଟ କରିଛନ୍ତି । ହାତୀ ପଲଙ୍କ ଉପଦ୍ରବ ଦେଖି ପୁରା ଅଞ୍ଚଳ ଭୟଭିତ ଥିବାବେଳେ ସ୍କୁଲ ମଧ୍ୟ ଛୁଟି କରାଯାଇଛି  । ବନବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି  ।