spot_img

Latest Posts

୨୧ ଦିନ ପରେ କରଞ୍ଜିଆ ଛାଡିଲେ ହାତୀପଲ, ଲୋକେ ଆଶ୍ବସ୍ତ

କେନ୍ଦୁଝର: କରଞ୍ଜିଆ ବନାଞ୍ଚଳ ଛାଡ଼ିଲେ ହାତୀ ପଲ । ୨୪ ଟିକିଆ ହାତୀପଲ କରଞ୍ଜିଆ ବନାଞ୍ଚଳ ଛାଡ଼ିଛନ୍ତି । କରଞ୍ଜିଆ ବନଖଣ୍ଡରେ ୨୧ ଦିନ ରହି ବ୍ୟାପକ କ୍ଷୟକ୍ଷତି କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚମ୍ପୁଆ ବନାଞ୍ଚଳକୁ ଚାଲିଯାଇଛନ୍ତି। ହାତୀପଲ ଏବେ ଚମ୍ପୁଆ ବନାଞ୍ଚଳ ଝାଲିଆବେଡା ନିକଟ ଜଙ୍ଗଲରେ ଥିବା ସୂଚନା ମିଳିଛି। କରଞ୍ଜିଆ ବାସିଙ୍କୁ ହାତୀ ଭୟରୁ ଆଶ୍ୱସ୍ତି ମିଳିଛି।

ଜାମୁନାଳିଆ ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ହାତୀପଲ ପ୍ରବେଶ କରିଥିବା ସୂଚନା ମିଳିଛି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅଛନ୍ତି ।

Latest Posts

Don't Miss