ମର୍ଣ୍ଣିଂଓ୍ବାକ୍ ସମୟରେ ଯୁବକଙ୍କୁ ଗୋଡ଼ାଇଲା ଦନ୍ତାହାତୀ

ଖୋର୍ଦ୍ଧା: ଖୋର୍ଦ୍ଧା ଭୁଷଣ୍ଡପୁର ଉଗ୍ରତାରା ଅଞ୍ଚଳରେ ହାତୀ ଆତଙ୍କ। ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳର ଚାଙ୍ଗୀ ରେଞ୍ଜରେ ଗତ କିଛି ଦିନଧରି ଜଙ୍ଗଲୀ ହାତୀ ପଲ ଆତଙ୍କ ମଚାଇଛନ୍ତି । ରାସ୍ତାରେ ବୁଲାବୁଲି କରିବା ସହ ଜନବସତି ଆଡ଼କୁ ହାତୀ ମୁହାଁଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକପ୍ରକାର ଭୟଭୀତ।
ଆଜି ଏକ ଦନ୍ତାହାତୀ ମର୍ଣ୍ଣିଂଓ୍ବାକ୍ ସମୟରେ ଜଣେ ଯୁବକଙ୍କୁ ଗୋଡ଼ାଇବା ଦେଖି ଲୋକ ଆହୁରି ଆତଙ୍କିତ ହୋଇପଡ଼ିଛନ୍ତି । କିଛି ଯୁବକ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ହାତୀଟି ଜଙ୍ଗଲକୁ ଯିବା ପରିବର୍ତ୍ତେ ଯୁବକମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ପରେ ଏନେଇ ବନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘୋଉଡାଇଥିଲେ ।