ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

ଟାଙ୍ଗୀ: ଟାଙ୍ଗୀ ବନାଞ୍ଚଳରେ ବଢୁଛି ହାତୀପଲଙ୍କ ଉପଦ୍ରବ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି।
ସୂଚନା ଅନୁସାରେ ନିରାକାରପୁର ଡିଆ ଗ୍ରାମରେ ଧାନ କାଟି ଅମଳ ପାଇଁ ରଖାଯାଇଥିବା ଧାନକୁ ଗତକାଲି ରାତିରେ କିଛି ଜଙ୍ଗଲୀ ହାତୀମାନେ ନଷ୍ଟ କରିଛନ୍ତି । ୨ ହଜାରରୁ ଅଧିକ ଧାନ କଳେଇ ଖାଇ ଦେବାସହିତ ଦଳିଚକଟି ନଷ୍ଟ କରିଦେଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଅମଳ ସମୟରେ ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ଚାଷୀକୂଳ ।
ହାତୀ ପଲ ଦିନବେଳା ନିକଟସ୍ଥ ଚିତ୍ରକୂଟ ପାହାଡରେ ରହୁଥିବା ବେଳେ ରାତିରେ ଗାଁ ନିକଟ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଜଣା ପଡିଛି । ହାତୀଙ୍କ ଉତ୍ପାତ ଜାରି ରହିଥିବା ବେଳେ ବନ ବିଭାଗ ନିଦାବିଷ୍ଣୁ ସାଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଆହୁରି ମଧ୍ୟ ହାତୀ ଘଉଡାଇଵା ପାଇଁ ବନବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।