ହ୍ରଦରେ ଫସିଲେ ୧୦ ଟିକିଆ ହାତୀ ପଲ

ଗଞ୍ଜାମ: ଗଞ୍ଜାମର ଚିକିଟି ସୋରଳ ବାହୁଦା ହ୍ରଦରେ ଫସି ରହିଛନ୍ତି ହାତୀ ପଲ। ହାତୀ ପଲ ପାଣିରେ ଫସି ରହିଥିବା ନେଇ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
ସୂଚନା ମୁତାବକ ଚିକିଟିରେ ହାତୀ ପଲ ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିବା ପରେ ୧୦ଟିକିଆ ହାତୀପଲ ଉକ୍ତ ହ୍ରଦରେ ଫସି ଯାଇଥିଲେ । ହାତୀ ପଲ ଲକ୍ଷାଧିକ ଟଙ୍କାର ମାଛ ଧରା ଯନ୍ତ୍ରାଂଶ, ଜାଲ ସହ ଡଙ୍ଗାକୁ ଭାଙ୍ଗି ହ୍ରଦରେ ପଶିଥିବା ସୂଚନା ମିଳିଛି । ସପ୍ତାହେରୁ ଅଧିକ ଦିନ ହେବ ଏହି ଅଞ୍ଚଳରେ ଗଜରାଜ ଆତଙ୍କ ଖେଳାଇଛନ୍ତି ।
ତେବେ ହାତୀ ଉତ୍ପାତକୁ ଦେଖି ସ୍ଥାନୀୟ ବାସୀନ୍ଦା ଆତଙ୍କିତ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି।