ବରଗଡ଼ରେ ହାତୀ ଆତଙ୍କ, ଫସଲ ନଷ୍ଟ ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ସୋନପୁରରୁ ଆସିଥିବା ହାତୀପଲ। ଧାନ ଚାଷ ଉଜାଡିବା ସହ ଜନବସତି ଅଞ୍ଚଳରେ ଉପଦ୍ରବ କରୁଛନ୍ତି ।
ସୂଚନା ଅନୁସାରେ ଭେଡେନ୍ ବ୍ଲକର ସିଆଳଖଣ୍ଡହତା ଏବଂ ମହୁଲପାଲି ପଞ୍ଚାୟତରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ । ଖାସ କରି ଅଞ୍ଚଳତୁରୁମ, କେଶେରୀପାଲି, ବୁଦେଲବାହାଲି ,ମେହେନା , ଭାଲୁପାଳି ଗାଁର ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।
ସେପଟେ ହାତୀଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।