ପାଣି ପିଇବାକୁ ଆସି ପୋଖରୀରେ ଫସିଛି ହାତୀ

ସମ୍ବଲପୁର: ସଙ୍କଟରେ ଗଜରାଜ । ଗତକିଛି ଦିନ ହେବ ଗଜରାଜଙ୍କ ପ୍ରତି ବିପଦ ଥମିବାରେ ନାଁ ନେଉନାହିଁ । କିଛି ଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ଗୋଟିଏ ଦନ୍ତାର ମୃତ୍ୟୁ ହୋଇଥିଲା । ଆଉ ଏବେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି । ପାଣି ପିଇବାକୁ ଆସି ପୋଖରୀରେ ଫସିଛି ହାତୀ । ସମ୍ବଲପୁର ସାପଲହରା ଗ୍ରାମରେ ଥିବା ଏକ ପୋଖରୀକୁ ପାଣି ପାଣି ପିଇବାକୁ ଆସି ଫସିଛି ହାତୀ । ତେବେ ହାତୀ ଫସି ଥିବାର ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି । ହାତୀଟି ଅସୁସ୍ଥ ଥିବାରୁ ତା’ର ଚିକିତ୍ସା ଚାଲିଛି ।