ପୋଖରୀରେ ଫସିଲା ଜଙ୍ଗଲି ହାତୀ

କଳାହାଣ୍ଡି: ପୋଖରୀରେ ଫସିଲା ଜଙ୍ଗଲି ହାତୀ । ଉଦ୍ଧାରକାର୍ଯ୍ୟ ଜାରି ।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଥିବା ବେଳେ ସଂଧ୍ୟା ହେଲେ ହାତୀପଲ ଜଙ୍ଗଲରେ ନରହି ଗାଁ ମୁହାଁ ହେଉଛନ୍ତି । ଫସଲ ନଷ୍ଟ କରିବା ସହ ଘର ଦ୍ବାର ଭାଙ୍ଗି ଦେଉଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ହାତୀପଲ ବିଶ୍ବନାଥପୁର ରେଞ୍ଜ ଅଧିନରେ ଥିବା କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆ ପଡାକୁ ଆସିଥିବାବେଳେ ଗୋଟିଏ ହାତୀ ଗାଁରେ ଥିବା ଏକ ପୋଖରୀରେ ଫସି ରହିଛି । ଗାଁ ଲୋକେ ପୋଖରୀ ଭିତରେ ହାତୀ ଫସିଥିବା ଦେଖିବାକୁ ପାଇଥିଲେ । ପରେ ବନବିଭାଗକୁ ଜଣାଇବାପରେ ଟିମ୍ ହାତୀ ଉଦ୍ଧାରରେ ଲାଗିଛନ୍ତି ।