ରାଜଧାନୀରେ ପଶିଲା ହାତୀ, ଏମ୍ସ କାଜୁ ଜଙ୍ଗଲରେ ପକାଇଛି ଡେରା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପଶିଛି ହାତୀ । ଏବେ ହାତୀଟି ଭୁବନେଶ୍ବର ଏମ୍ସ ପାଖ କାଜୁ ଜଙ୍ଗଲରେ ରହିଛି । ଗତକାଲି ରାତିରେ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଖରୁ ହାତୀଟି ରାଜଧାନୀ ଭିତରକୁ ପ୍ରବେଶ କରିଛି ।
ହାତୀଟି ଏମ୍ସ ପାଖ କାଜୁ ଜଙ୍ଗଲରେ ଥିବା ଫବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେମାନେ ହାତୀ ଉପରେ ନଜର ରଖିଛନ୍ତି । ଏହାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ କାଜୁ ଜଙ୍ଗଲ ଭିତରକୁ ନଯିବାକୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଛି । ଅନ୍ୟପକ୍ଷେ ହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।