ରାତି ପାହିଲେ ହୋଇଥାନ୍ତା ବାହାଘର କିନ୍ତୁ…

1 min read

ହିନ୍ଦୋଳ: ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ଦୁଦୁର କୋଟ ଗାଁ ରେ ଘରେ ପସିଲା ଦନ୍ତା ହାତୀ । ରାତି ଅଧିଆ ହାତୀ ଆକ୍ରମଣ ଗୋଟିଏ ପରିବାର ପାଇଁ ଆଣି ଦେଇଛି ଦୁଃଖ । ରାତି ପାହିଥିଲେ ହୋଇଥାନ୍ତା ଝିଅ ବାହାଘର କିନ୍ତୁ ଜଙ୍ଗଲି ହାତୀଙ୍କ ପାଇଁ ସବୁ ଖୁସୀ ଦୁଃଖରେ ବଦଳି ଯାଇଛି ।  ଶୁକ୍ରବାର ରାତିରେ ଦନ୍ତା ହାତୀ ନିଜ ଦଳର ୮ ହାତୀଙ୍କୁ ଧରି ଘରଦ୍ୱାର ଭାଙ୍ଗିବା ସହ ବାହା ବେଦୀ କୁ ମଧ୍ୟ ଭାଙ୍ଗିଦେଲା । ଗାଁରେ ପସି ହାତୀ ପହ୍ଲର ଏଭଳି ଆକ୍ରମଣ ଗାଁ ଲୋକଙ୍କ ମନରେ ଭୟ ଉତ୍ପନ କରିଛି ।

ହାତୀ- ମଣିଷ ଲଢେଇ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ଏମିତିକା ଘଟଣା ସମସ୍ତ ଙ୍କୁ ହତବାକ୍ କରି ଦେଇଛି । ଗତ କାଲି ବିଳମ୍ବିତ ରାତିରେ ଗାଁର ସାନନ୍ଦୁ ନାୟକଙ୍କ ଘର ଭିତରେ ଝିଅ ବାହାଘର ପାଇଁ  ଫଳ ଆଉ ଉଖୁଡା ରଖାଯାଇଥିଲା । ଉଖୁଡ଼ା ଏବଂ ଫଳମୂଳ ବାସ୍ନାରେ ହାତୀ ପଲ ଗାଁ ଭିତରକୁ ଆସିଥିଲେ । ପରିବାର ସଦସ୍ୟ ଶୋଇଥିବା ବେଳେ ହଠାତ୍ ଘର ଭିତରେ ହାତୀ ପଲ ପଶି ସମସ୍ତ ଜିନିଷ ପତ୍ର ଭାଙ୍ଗିବା ସହ ଝିଅକୁ ଦେବାକୁ ଥିବା ସାମଗ୍ରୀ ଭାଙ୍ଗି ପକାଇଥିଲେ ।

ଏହା ଦେଖି ଲୋକେ ଉପାୟ ଶୂନ୍ୟ ହୋଇ ଚିତ୍କାର କରିବାରୁ ଲୋକେ ଫରେଷ୍ଟ ବିଭାଗକୁ ଜଣାଇଥିଲେ। ୨ ଘଣ୍ଟା ପରିଶ୍ରମ କରିବା ପରେ ହାତୀ ପଲଙ୍କୁ ପାଖ ଜଙ୍ଗଲକୁ ଘଉଡ଼ାଇବାକୁ ସକ୍ଷମ ହୋଇଛନ୍ତି। ସେପଟେ ଝିଅର ବିଭାଘର ଆଜି ମନ୍ଦିରରେ ହେବାକୁ ନିଷ୍ପତି ହୋଇଛି।

ରାଜଧାନୀରେ ବୁଲୁଛି ଦନ୍ତାହାତୀ: ଆତଙ୍କିତ ଲୋକେ

Leave a Reply