ଜୀବନ ସଂଗ୍ରାମରେ ହାରିଗଲା ଗଜରାଜ

ସମ୍ବଲପୁର: ଜୀବନ ସଂଗ୍ରାମରେ ହାରିଗଲା ଗଜରାଜ । ଅସୁସ୍ଥ ହାତୀକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଚିକିତ୍ତାସା ସମୟରେ ତାର ମୃତ୍ୟୁ ହୋଇଛି । ୫ଦିନ ପରେ କ୍ରେନ୍ ସହାୟତାରେ ପୋଖରୀରୁ ହାତୀକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଶେଷରେ ହାତୀଟି ପ୍ରାଣ ହରାଇଛି ।

ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟରେ ଥିବା ଏକ ପୋଖରୀକୁ ଗତ ଗୁରୁବାର ରାତିରେ ପାଣି ପିଇବାକୁ ଆସି ପଙ୍କରେ ଫସି ଯାଇଥିଲା ହାତୀ । ପୋଖରୀରେ ପଡ଼ି ହାତୀର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ହାତୀକୁ ପୋଖରୀ କୂଳରେ ଅଳ୍ପପାଣିରେ ରଖି ଚିକିତ୍ସା କରାଯାଉଥିଲା । ଆଜି ଏକ କ୍ରେନ୍ ଯୋଗେ ହାତୀକୁ ପାଣିରୁ ବାହାର କରାଯାଇଥିଲା । ହେଲେ ହାତୀଟି ବାହାରକୁ ଆସିବା ପରେ ତା’ର ମୃତ୍ୟୁ ଘଟିଛି  ।