spot_img

Latest Posts

ରାଜ୍ୟରେ ବଢ଼ୁଛି ହାତୀ ମୃତ୍ୟୁ, ସମ୍ବଲପୁରରେ ପୁଣି ଆଉଗୋଟେ ହାତୀର ମୃତ୍ୟୁ

ସମ୍ବଲପୁର: ରାଜ୍ୟରେ ବଢ଼ି ଚାଲିଛି ହାତୀ ମୃତ୍ୟୁ । ଏଥିପାଇଁ ହାତୀ ମାନଙ୍କର ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ବାରମ୍ଭାର ଜଙ୍ଗଲରୁ ମିଳୁଛି ହାତୀଙ୍କ ମୃତ ଦେହ। ବାରମ୍ଭାର ହାତୀ ମୃତଦେହ ଉଦ୍ଧାର ହେଉଛି। ପୁଣି ସମ୍ବଲପୁର ଜିଲ୍ଲା କିସିଣ୍ଡା ଖଳାଶୁଣି ରେଞ୍ଜ କୁଲେଡେରା ଜଙ୍ଗଲରୁ ଏକ ହାତୀ ମୃତଦେହ ଉଦ୍ଧାର ହୋଇଛି। କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ହାତୀଟି ମୃତଦେହ ଉଦ୍ଧାର କରିଥିବା ବେଳେ, କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ତାହା ଜଣିପଡ଼ିନାହିଁ। ଆଜି ମୃତ ହାତୀର ଶଵ ବ୍ୟବଚ୍ଛେଦ କରାଯିବ। ତେବେ ପ୍ରାଥମିକ ତଦନ୍ତରୁ ମୃତ ହାତୀ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏଥି ସହ ମୃତ ଶରୀରର ବିଭିନ୍ନ ଅଂଶରେ ଘା ହୋଇଯାଇଥିବା ଦେଖିବାକୁ ମିଳିଛି। ଯଦି ଦେଖିବା ଏହା ପୂର୍ବରୁ ମାର୍ଚ୍ଚ ୩ରେ ମଧ୍ୟ ସମ୍ବଲପୁରରେ ହାତୀ ମୃତ୍ୟୁ ହୋଇଥିଲା।

ଯଦି  ୧୧ ବର୍ଷକୁ ଅନୁଶୀଳନ କରିବା ତେବେ ଏହି ପରିଧି ଭିତରେ କେବଳ ଓଡ଼ିଶାରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଏ । ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ବାରା ମୃତ୍ୟୁମୁଖରେ ପଡ଼ିଛନ୍ତି। ଗତ ୨୦ ଦିନ ମଧ୍ୟରେ ରାଜ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଆହୁରି ଚିନ୍ତା ବଢ଼ାଇ ଦେଇଛି। ସେହିପରି ଯଦି ଅନ୍ୟ ଏକ ଦିଗରୁ ଦେଖିବା ତେବେ ୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ  । କିନ୍ତୁ ଏହାର ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି। ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ କେବଳ ୧୯୭୬ଟି ହାତୀ ଚିହ୍ନଟ ହୋଇଥିବା ଜଣାଯାଏ ।

Latest Posts

Don't Miss