ବିଦ୍ୟୁତ ଆଘାତରେ ପୁଣି ପ୍ରାଣ ହାରିଲେ ଗଜରାଜ

କଳାହାଣ୍ଡି: ଅକାଳରେ ଚାଲିଗଲା ଗଜରାଜଙ୍କ ଜୀବନ  । ଉତ୍ତର ବନଖଣ୍ଡ ଏମ୍ ରାମପୁରରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ନରଲା ରେଞ୍ଜ କମେ ଗାଁରେ ରାସ୍ତା ପାର ହୋଇ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

ଜାମପଡ଼ା ଚାଷ ଜମିରେ ମାଈ ହାତୀ ମୃତ୍ୟୁବରଣ କରିଛି । ବନ ବିଭାଗ ପକ୍ଷରୁ ରେଞ୍ଜର ପହଁଚିଛନ୍ତି । ତେବେ ଗତ ବର୍ଷ ଫେବୃଆରୀ ମାସରେ  7ଟି ହାତୀ ମୃତ୍ୟୁ ହୋଇଥିଲା  । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଥିଲା  ।  ମୃତ ମାଈ ହାତୀର ବୟସ ପାଖାପାଖି 22ରୁ 25 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।

ଦିନକୁ ଦିନ ହାତୀ ବଂଶ ସଂଖ୍ୟା ହ୍ରାସ ଘଟିବାରେ ଲାଗିଛି  । ବିଲୁପ୍ତ ହେବାକୁ ବସିଲାଣି ଏହି ଜାତି  । ମାନବ ଜନବସତି ବଢି ଚାଲିଥିବାବେଳେ ଜଙ୍ଗଲ କ୍ରମାଗତ ବିଲୀନ ଦ୍ୱାରରେ  । ସେପଟେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ଚାଲି ଆସୁଥିବା ଏହି ଜୀବ କେତେବେଳେ ମଣିଷ ସହ ସାମ୍ନାସାମ୍ନି ହେଉଛନ୍ତି  । ତେବେ ବର୍ଷକ ତଳେ ୭ଟି ନିରୀହ ଜୀବଙ୍କ ପ୍ରାଣ ଯାଇଥିବାବେଳେ ଆଜି ପୁଣି ଥରେ ହାତୀ ମୃତ୍ୟୁ ବନ ବିଭାଗ ପାଇଁ ଚ୍ୟାଲେ଼ଞ୍ଜ ସୃଷ୍ଟି କରିଛି  ।

Leave a Reply