ରାସ୍ତା ମଝିରେ ଟ୍ରକ୍ ଧକ୍କା ଦେବା ଫଳରେ ଦନ୍ତା ହାତୀର ମୃତ୍ୟୁ

ଢ଼େଙ୍କାନାଳ: ଦନ୍ତାକୁ ଧକ୍କା ଦେଲା ଟ୍ରକ୍ । ଢେଙ୍କାନାଳ ଗଦାସିଲା ଫରେଷ୍ଟ ବିଟ୍ ନିକଟ ପୋଡ଼ାପଡ଼ା ଛକରେ ଅଘଟଣ । ଏକ ଟ୍ରକ୍ ଧକ୍କା ଦେବାରୁ ହାତୀର ମୃତ୍ୟୁ ହୋଇଛି ।
ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଆଉ ଦୁଇଟି ହାତୀ ଆହତ ହୋଇଛନ୍ତି । ଆହତ ହାତୀମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିବା ସୂଚନା ମିଳିଛି ।