ରେଢ଼ାଖୋଲରେ ହାତୀ ଆତଙ୍କ, ରାତି ନ ହେଉଣୁ ପଡି ଯାଉଛି ତାଟି
ସମ୍ବଲପୁର: ରେଢ଼ାଖୋଲ ଅଞ୍ଚଳରେ ହାତୀ ଆତଙ୍କ। ରାତି ନ ହେଉଣୁ ତାଟି ପଡି ଯାଉଛି। ହାତୀବାରି, ଯୁଯୁମୁରା ଅଞ୍ଚଳର ଲୋକେ ଏତେ ଭୟଭୀତ, ତାର ସୀମା ନାହିଁ । ଭୟ ବିଶେଷ କରି ହାତୀ ପଲରେ ଥିବା ଦନ୍ତା ମଣିଷ ଦେଖିଲେ ଗୋଡେଇ ଗୋଡେଇ ମାରୁଛି।
ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଜିଲ୍ଲାର ରେଢ଼ାଖୋଲ, ହାତୀବାରି ଓ ଯୁଯୁମୁରା ଅଞ୍ଚଳବାସୀ। କାରଣ ସଂନ୍ଧ୍ୟା ହୋଇଗଲେ ଗାଁ ମୁହା ହେଉଛନ୍ତି ହାତୀପଲ। ଯାହାଫଳରେ ଗଛ ଉପରେ ରହି ପାଚିଲା ଧାନ ଜଗୁଛନ୍ତି ଚାଷୀ। ଗତକାଲି ଏଠାରେ ହାତୀ ଜଣେ ଚାଷୀଙ୍କୁ ଗଛ ଉପରୁ ଭିଡ଼ି ଆଣି ମାରିଥିବା ଅଭିଯୋଗ ହୋଇଥିଲା ।