ମହାନଦୀ ପାର୍ ହୋଇପାରିଲାନି ଦନ୍ତା, ଗାଁରେ ପଶି ସୃଷ୍ଟି କଲା ଆତଙ୍କ

ବାଙ୍କୀ: ଗାଁ ଦାଣ୍ଡରେ ବୁଲୁଛି ହାତୀ। କଟକ ବାଙ୍କୀ ଡମପଡା ଗାଁରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି । ମହାନଦୀ ପାର ହେବାକୁ ଯାଉଥିବା ବେଳେ ସକାଳ ହୋଇଯିବାରୁ ଅଧା ବାଟରୁ ଫେରି ଆସିଥିଲା ଦନ୍ତା । ତେବେ ଦନ୍ତା ହାତୀଟି ଅଧା ବାଟରୁ ଫେରି ଆସିବା ପରେ ଡମପଡା ଗାଁ ଭିତରେ ପଶି ଆତଙ୍କ ଖେଳାଇଛି।
ଦନ୍ତାକୁ ଦେଖି ଡମପଡା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ।