ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳରେ ହେବ ହାତୀ ଗଣନା

1 min read

ଢେଙ୍କାନାଳ : ପୂର୍ଣ୍ଣିମା ଆଲୋକରେ ହେବ ହାତୀ ଗଣନା। ବନବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ ହେବ ହାତୀ ଗଣନା । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ୱର୍ ହୋଇଥିବା ବେଳେ ଦ୍ଵିତୀୟ ରେ ରହିଛି ଢେଙ୍କାନାଳ। ହାତୀ ଗଣନା ପାଇଁ ଜିଲାରେ ସମସ୍ତ ୮ଟି ରେଞ୍ଜରେ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟୀ ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ଗଣନା ସମୟରେ ଫଟୋଗ୍ରାଫର, ବନ୍ୟପ୍ରାଣୀ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଏଥିପାଇଁ ୪ଟି ନାଇଟି ଭିଜନ ଡ୍ରୋନ ଲଗାଯିବ । ସେହିପରି ବାଇନାକୁଲାର ସହିତ ଲାଇଟ୍ ଏବଂ ଲାଇଟ୍ ଲାଗିଥିବା ସ୍ୱତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା ରହିଛି । ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜ ୨୦୦ ହାତୀ ଥିବା ଜଣାପଡିଛି। ଢେ଼ଙ୍କାନାଳ dfo ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ୍ ପ୍ରତିନିଧି ସତ୍ୟ ସ୍ୱରୂପ ଦାସ।

ନଜର ପକାନ୍ତୁ