spot_img

Latest Posts

ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

ନନ୍ଦିଘୋଷ ବ୍ୟୁରୋ: କଚାଡି ମାରିଲା ଦନ୍ତା। ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ବାଘୁବୋଲ ଗାଁରେ ଘଟିଛି ଏ ଅଘଟଣ । ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ ଶୁଣ୍ଢରେ କଚାଡି ମାରିଲା ହାତୀ । ମୃତକ ଜଣଙ୍କ ହେଲେ ବାଗଡିଆ ଥାନା ବାଘୁଆବୋଲ ଗ୍ରାମର ମନ୍ଦୋଦରୀ ସାହୁ। ସୂଚନା ମୁତାବକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲ ଗାଁର ମନ୍ଦୋଦରୀ ସାହୁ ଆଜି ସକାଳୁ ଘର ନିକଟରେ ଥିବା ବିଲକୁ ଧାନ ଅମଳ ପାଇଁ ଯାଉଥିଲେ। ତେବେ ସେଠାରେ ଥିବା ୨୨ଟିକିଆ ହାତୀପଲଙ୍କ ହାବୁଡ଼ରେ ପଡିଯାଇଥିଲେ  । ଏକ ଦନ୍ତା ହାତୀ ମନ୍ଦୋଦରୀଙ୍କୁ ଶୁଣ୍ଢରେ କଚାଡି ପାଦରେ ଦଳି  ଦେଇଥିଲା। ଫଳରେ ଘଟଣାସ୍ଥଳରେ ମନ୍ଦୋଦରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଦାୟୀ କରିବା ସହିତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛିl ସେଠାରେ ବନ ବିଭାଗ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

Latest Posts

Don't Miss