ସିର୍ଲା ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ବାଲିଗୁଡ଼ା: କନ୍ଧମାଳ ତୁମୁଡିବନ୍ଧ ବନାଞ୍ଚଳ ସିର୍ଲା ପଞ୍ଚାୟତରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଟାଇପଡା ଗ୍ରାମର ଶୁକଲା ପାଟମାଝୀ । ଶୁକଲା ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି । ଗତ ଚାରିଦିନ ହେଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ବେନାରବାହାଲ , ଲାବାନ୍ୟନଗର , ମାନପୁର ,ବାଲିପଟାପଦର, ବେତବାଡ଼ି, ଶରଧାପୁର ଆଦି ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ କରୁଛନ୍ତି । ବନବିଭାଗ ହାତୀଙ୍କୁ ଘଉଡାଇବାରେ ବିଫଳ ହେଉଥିବାବେଳେ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜ୍ଞାନ ଯୁଗରେ ଝଡାଫୁଙ୍କା ଭରସା, ୪ ବର୍ଷରେ ଗୁଣିଗାରେଡି ନେଲାଣି ୨ଶହ ଜୀବନ

Leave a Reply