spot_img

Latest Posts

ଶୌଚବେଳେ ଦଳିଲା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ

ନୀଳଗିରି  : ଦଳିଲା ହାତୀ ହେଲେ ଭାଗ୍ୟ ଜୋର ଅଳ୍ପକେ ବର୍ତ୍ତିଗଲେ ଛାତ୍ରୀ ଜଣକ। ନୀଳଗିରି ଉପଖଣ୍ଡ ଟୁଲୁଙ୍କଡ଼ାବ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଶୌଚ ପାଇଁ ବାଡ଼ି ପଟକୁ ଯାଇଥିବା ବେଳେ ସତ୍ୟ ପଳେଇଙ୍କ ଝିଅ ଅନୁସୟାଙ୍କୁ ହାତୀଟି ଦଳି ଦେଇଥିଲା। ବାପାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଆସନ୍ନ ମୃତ୍ୟୁରୁ ବର୍ତ୍ତିଗଲେ ଅନୁସୟା ।

କୁଲଡିହା ଜଙ୍ଗଲରୁ ଖସି ଆସିଥିବା ହାତୀଟି ହଠାତ ତାଙ୍କୁ ଗୋଡ଼ାଇ ଥିଲା। ସେ ଏକ ଖାଲୁଆ କାଦ ସ୍ଥାନରେ ପଡ଼ି ଯାଇଥିବାବେଳେ ହାତୀଟି ଗୋଡ଼ ପକାଇ ଦଳି ଦେଇଥିଲା। ଝିଅର ଚିତ୍କାର ଶୁଣି ବାପା ପାଟି କରି ହାତୀକୁ ଘଉଡାଇଥିଲେ। ଅନୁସୟାଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି। ତାଙ୍କ ଦେହରେ ଗଭୀର ଆଘାତ ଲାଗିଛି। ଖବର ପାଇ କୁଲଡିହା ରେଞ୍ଜର ଓ ଫରେଷ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Latest Posts

Don't Miss