ହାତୀ ଉପଦ୍ରବ: ଭାଙ୍ଗିଲା ଘର ଛପର, କବାଟ, ଘଣ୍ଟାଏ ଧରି ରଚିଲା ତାଣ୍ଡବ

ନୀଳଗିରି: ନୀଳଗିରିରେ କୁଳଡିଆ ହାତୀର ଉପଦ୍ରବ। ବାଉଁଶବଣିଆ ପଞ୍ଚାୟତ ମାନଗଡ ଗାଁରେ ତାଣ୍ଡବ ରଚିଛି । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛି ହାତୀ। ଘର କବାଟ ଭାଙ୍ଗିବା ସହ ଘର ଛପର ଭାଙ୍ଗିଛି। ଘରେ ପଶି କୁଣ୍ଡା ଖାଇଯାଇଛି। ମାନଗଡ଼ ଗାଁର ଶଙ୍କର୍ଷଣ ବାରିକଙ୍କ ଘରେ ବିଳମ୍ବିତ ରାତିରେ ହାତୀ ପଶି ଘର କାନ୍ଥ, କବାଟ, ଛପର ଭାଙ୍ଗିବା ସହ କୁଣ୍ଡା ଖାଇ ଯାଇଛି।
ହାତୀ ଭୟରେ ଘୋରକୋଣରେ ଲୁଚି ରହିଥିଲେ ପରିବାର ଲୋକେ। ଭୟଭୀତ ଅବସ୍ଥାରେ ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ପ୍ରାୟ ୧ ଘଣ୍ଟା ଧରି ହାତୀ ତାଣ୍ଡବ ରଚିବା ପରେ ପହଞ୍ଚିଥିଲେ ବନବିଭାଗ କର୍ମଚାରୀ। ଗ୍ରାମବାସୀଙ୍କ ସହାୟତାରେ ହାତୀଟିକୁ ଘଉଡାଇଛି ବନବିଭାଗ।
ଅଞ୍ଚଳରେ ବନବନଭାଗ କଡା ପ୍ରହରା ଦେବା ସହ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବାକୁ ଦାବି ହୋଇଛି।