ରାଜ୍ୟରେ ହ୍ରାସ ପାଇନି ହାତୀ ଓ ବାଘ ସଂଖ୍ୟା: ମନ୍ତ୍ରୀ

Elephant And Tiger Numbers Are Not Decreasing In Odisha

ଭୁବନେଶ୍ୱର: ଦେଶରେ ହାତୀ ଓ ବ୍ୟାଘ୍ର ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟରେ ହ୍ରାସ ପାଉଛି କି ? ବିଧାୟକ ପ୍ରଫୁଲ୍ଲ ସାମଲ ପଚରାଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଦେଶରେ ହାତୀ ଓ ବାଘ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟରେ ହ୍ରାସ ପାଉଥିବା କଥା ସତ୍ୟ ନୁହେଁ । ୨୦୧୨ ମସିହା ହାତୀ ଗଣନା ଅନୁସାରେ ରାଜ୍ୟରେ ୧୯୩୦ଟି ହାତୀ ଥିଲେ । ୨୦୧୫ ମସିହାରେ ୧୯୫୪ଟି ହାତୀ ଏବଂ ୨୦୧୭ ମସିହାରେ ୧୯୭୬ଟି ହାତୀ ଥିବା ଗଣନା କରାଯାଇଛି ।

ଅର୍ଥାତ୍ ରାଜ୍ୟରେ ପ୍ରତିବର୍ଷ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେହିଭଳି ବ୍ୟାଘ୍ର ସଂଖ୍ୟାର ଆକଳନ ପ୍ରତି ଚାରିବର୍ଷରେ ଥରେ ଏନଟିସିଏ ଓ ଭାରତୀୟ ବନ୍ୟଜୀବ ସଂସ୍ଥାନ ମିଳିତ ଭାବେ କରିଥାନ୍ତି । ୨୦୧୮ ମସିହାରେ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାର ଆକଳନ କରାଯାଇଥିଲା । ରାଜ୍ୟରେ ୨୮ଟି ବାଘ ଥିବା ଆକଳନ କରିଥିଲା ଏନଟିସିଏ ।

୨୦୧୪ରେ ମଧ୍ୟ ଓଡ଼ିଶାରେ ୨୮ଟି ବାଘ ଥିବା ଆକଳନ ହୋଇଥିଲା । ଅର୍ଥାତ୍ ରାଜ୍ୟରେ ବାଘଙ୍କ ସଂଖ୍ୟା ସ୍ଥିର ରହିଛି । ୨୦୧୮ ରିପୋର୍ଟରେ ଏକ ବର୍ଷରୁ ଅଧିକ ବୟସ୍କ ବାଘଙ୍କୁ ସାମିଲ୍ କରାଯାଇଥିଲା । ଶିମିଳିପାଳରେ କ୍ୟାମେରା ଟ୍ରାପ୍ ଦ୍ୱାରା ସଂଗୃହିତ ୨ଟି ବାଘ ଛୁଆଙ୍କୁ ଗଣନା ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ ।

Leave a Reply