spot_img

Latest Posts

ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଙ୍କୁ ଚାନ୍ଦା ପ୍ରସଙ୍ଗ, ସମ୍ପୂର୍ଣ୍ଣ ତଥ୍ଯ ଅପଲୋଡ କଲେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନୀ ବଣ୍ଡର ଆସିଲା ତାଜା ତଥ୍ୟ। ୱେବସାଇଟରେ ଏହି ତଥ୍ୟ ଅପଲୋଡ୍ କରିଛନ୍ତି ନିର୍ବାଚନ କମିଶନ। ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ କେଉଁ କେଉଁ ରାଜନୈତିକ ଦଳଗୁଡିକୁ କେତେ ଅର୍ଥ ମିଳିଛି ଏସବୁର ତଥ୍ୟ ୱେବସାଇଟରେ ଅପଲୋଡ କରିଛନ୍ତି ନିର୍ବାଚନ କମିଶନ। ଏ ସମସ୍ତ ତଥ୍ୟ ସୁପ୍ରିମକୋର୍ଟକୁ ଏକ ମୁଦା ଲଫାଫାରେ ପ୍ରଦାନ କରିଥିଲେ ନିର୍ବାଚନ କମିଶନ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ସମସ୍ତ ତଥ୍ୟ ମୁଦା ଲଫାଫାରେ ତଥ୍ୟ ଏବଂ ପେନଡ୍ରାଇଭରେ ଥିବା ଡିଜିଟାଲ୍ ରେକର୍ଡ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଥିଲା। ନିର୍ବାଚନ କମିଶନ ଏହା ସୁପ୍ରିମକୋର୍ଟରୁ ପାଇବା ପରେ ଏହି ସମସ୍ତ ତଥ୍ୟ ଆଜି ୱେବସାଇଟରେ ଅପଲୋଡ୍ କରିଛନ୍ତି।ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନ ଜାରି କରିଥିବା ତଥ୍ୟରେ କେଉଁ ଦଳକୁ କେତେ ଟଙ୍କା ମିଳିଛି ଏ ସବୁ ତଥ୍ୟ ରହିଛି। ଏଥି ମଧ୍ୟରେ ବଣ୍ଡ ଜାରି ହୋଇଥିବା ତାରିଖ, କେତେ ଟଙ୍କା ଜମା ହୋଇଛିଷ ବଣ୍ଡର ନମ ବର, ଷ୍ଟେଟ ବ୍ଯାଙ୍କର କେଉଁ ଶାଖା ଏହି ବଣ୍ଡ ଜାରି କରିଛି, ବଣ୍ଡ ଜାରି ହୋଇଥିବା ତାରିଖ ଏବଂ ଅର୍ଥ ଜମା ହୋଇଥିବା ତାରିଖ ମଧ୍ୟ ଉଲ୍ଲେଖ ରହିଛି। ତେବେ ଏଥିରେ ବଣ୍ଡ ଗୁଡିକର ସ୍ଵତନ୍ତ୍ର ନମ୍ବର ପ୍ରଦାନ କରାଯାଇନାହିଁ। ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାର ଦିନକ ପରେ ଏହି ନିର୍ବାଚନ କମିଶନ ଏହି ରଥ୍ୟ ପ୍ରଦାନ କରିଛନ୍ତି। ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବାକୁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଭୋଟ ଗ୍ରହଣ ଜୁନ ପହିଲାରେ ଶେଷ ହେବ ।

Latest Posts

Don't Miss