ଭିଜିଲାନ୍ସ ଜାଲରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଓ ସେକ୍ସନ ଅଫିସର

କନ୍ଧମାଳ/ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଟିକାବାଲି ବିଦ୍ୟୁତ୍ ବିଭାଗର କର୍ମଚାରୀ । ଲାଇନ୍ ମ୍ୟାନ୍ ଭାବେ କାର୍ଯ୍ୟକରୁଥିବା କାଳୁଚରଣ ପଲେଇଙ୍କୁ ଧରିଲା ଭିଜିଲାନ୍ସ । ୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କାଳୁଚରଣ । ଟିକାବାଲିର ରିଙ୍କୁ ଭୁକ୍ତା ଏକ ଦୋକାନ ଘରକୁ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିଥିଲେ ।

ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା କାଳୁଚରଣ ପଲେଇ ଶୀଘ୍ର ବିଦ୍ୟୁତ ସଂଯୋଗ ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଫୁଲବାଣୀ ଭିଜିଲାନ୍ସ ଟିମଙ୍କୁ ଜଣାଇଥିଲେ ରିଙ୍କୁ । ଛତିଝର ଗାଁ ଛକରେ ଟଙ୍କା ଓ କାଗଜ ପତ୍ର ନେଉଥିବା ବେଳେ ଧରିଛି ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ୍ ।

ସେହିପରି, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ତହସିଲର ସେକ୍ସନ୍ ଅଫିସର ଯୁଗଳ କିଶୋର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ  । ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିଲେ ଯୁଗଳ । ଲାଞ୍ଚ ଟଙ୍କା ଜବତ କରି ଯଗଶଙ୍କ ବେଲପଡ଼ା କାର୍ଯ୍ୟାଳୟ ଓ ପାଟଣାଗଡ଼ ବାସଭବନରେ ଭିଜିଲାନ୍ସ ଟିମର ଛାନବିନ ଜାରି ରହିଛି ।