ନଜର ପକାନ୍ତୁ ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ନିର୍ଦ୍ଦେଶାବଳି

ନନ୍ଦିଘୋଷ ବ୍ୟୁରୋ: ଖରାର ମାତ୍ରା ବଢିଚାଲିଥିବା ବେଳେ ଦକ୍ଷ ଭାବେ ବିଦ୍ୟୁତର ବ୍ୟବହାର କରିବା ଆମର ପ୍ରାଥମିକତା ହେବା ଉଚିତ । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଦ୍ୟୁତ ଚାହିଦାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ନିର୍ଦ୍ଦେଶାବଳି ଜାରି କରାଯାଇଛି । ଏହି ସମୟରେ ବିଦ୍ୟୁତ୍ ଚାହିଦା ରେ ବୃଦ୍ଧି ଯୋଗୁଁ ଫ୍ୟୁଜ୍ ଉଡିଯିବା, କେବୁଲ୍ କିମ୍ବା ଜଏଣ୍ଟ ରେ ଅସୁବିଧା, ଟ୍ରାନ୍ସଫର୍ମର ଓଭରଲୋଡିଂ ଭଳି ବିଭିନ୍ନ ଆହ୍ଵାନ ପାଇଁ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହୋଇଥାଏ ।
ବିଦ୍ୟୁତ୍ ଲାଇନରୁ ବେଆଇନ ଭାବେ ହୁକ ପକେଇ ବିଦ୍ୟୁତ ସଂଯୋଗ ନେବା ଦ୍ଵାରା ବିଦ୍ୟୁତ ଭିର୍ତ୍ତିଭୂମି ଦୁର୍ବଳ ହେବା ସହିତ ହଟ ସ୍ପଟ୍ ସୃଷ୍ଟି କରିଥାଏ ଯାହା ପରବର୍ତୀ ସମୟରେ ବ୍ରେକଡାଉନ ଏବଂ ବିପଦର ମୁଖ୍ୟ କାରଣ ପାଲଟିଥାଏ । ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ଭାରତୀୟ ବିଦ୍ୟୁତ୍ ଅଧିନିୟମ, 1956 ର ଧାରା 135 ଅନୁଯାୟୀ ବେଆଇନ ହୁକ ପକାଇବା କେବଳ ଆଇନ ବିରୋଧୀ ନୁହେଁ, ଏହା ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ ଏବଂ ସମାଜ ପାଇଁ କ୍ଷତି ଘଟାଇଥାଏ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଇତ୍ଵବାନ ଭାବେ ବିଦ୍ୟୁତ୍ ବ୍ୟବହାର କରିବା ଆମ ପ୍ରତ୍ୟେକଙ୍କ ପାଇଁ ଜରୁରୀ ଅଟେ । ଆମେ ଅତ୍ୟାବଶ୍ୟକ ବିଦ୍ୟୁତ ବ୍ୟବହାରକୁ ପ୍ରାଥମିକତା ଦେଇ, ବିଦ୍ୟୁତ ଅପଚୟରୁ ଦୂରେଇ ରହି ଏବଂ ଦକ୍ଷ ବିଦ୍ୟୁତ ପରିଚାଳନା କରି ଗ୍ରୀଡ୍ ଉପରେ ଚାପ ହ୍ରାସ କରିପାରିବା ।
ଆମେ ଉପଭୋକ୍ତାମାନଙ୍କୁ ଅନୁରୋଧ କରୁଛୁ ଯେ ବିଦ୍ୟୁତ୍ ବ୍ୟବହାର ସହିତ ଜଡିତ କୌଣସି ଅନଧିକୃତ କାର୍ଯ୍ୟକଳାପରୁ ଦୟାକରି ଦୂରେଇ ରୁହନ୍ତୁ ଏବଂ ବିଦ୍ୟୁତ୍ ନିୟମାବଳୀକୁ ସମର୍ଥନ କରି ଆମ ସମାଜର ସୁରକ୍ଷା ପାଇଁ ଆମ ସହିତ ହାତ ମିଳାନ୍ତୁ । ଆସନ୍ତୁ ସମସ୍ତେ ଏକାଠି ହୋଇ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା । ଆପଣଙ୍କ ସହଯୋଗ ଆମପାଇଁ ମୁଲ୍ଯବାନ ଅଟେ।