ସାଲେପୁରରେ ଅଭାବନୀୟ ଘଟଣା, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

1 min read

କଟକ ସାଲେପୁରରେ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ବେତେଇ ଗ୍ରାମରେ ବିଦୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରର ଶାଶୁଙ୍କ ସମେତ ୨ ବୋହୁଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘରେ ଲୁଗା ଶୁଖାଉଥିବା ବେଳେ ଜଣଙ୍କୁ ପ୍ରଥମେ କରେଣ୍ଟ ମାରିଥିଲା । ଏହାପରେ ପରସ୍ପରକୁ ବଞ୍ଚାଇବାକୁ ଯାଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନେ ହେଲେ, ଶାଶୁ ଗୀତା ମଲ୍ଲିକ, ଦୁଇ ବୋହୂ ନନ୍ଦିତା ମଲ୍ଲିକ ଓ ପୁଷ୍ପିତା ମଲ୍ଲିକ । ')}

Leave a Reply