ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ୍ : ଏହି ବିଭାଗକୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି  

1 min read

ନନ୍ଦିଘୋଷ ବ୍ୟୁରୋ: ରବିବାର ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ବଡ଼ ଲିଗ ମ୍ୟାଚ ଭାରତ-ପାକିସ୍ତାନ ମୁକାବିଲା ଖେଳାଯିବ । ଏହି ମ୍ୟାଚକୁ ଦେଖିବା ପାଇଁ ସବୁଠି ରହିଛି କ୍ରେଜ୍ । ସାରା ବିଶ୍ବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦେଙଶର ମ୍ୟାଚକୁ ଦେଖିବା ପାଇଁ ଚାହିଁ ବସିଛି । ତେବେ ବିହାରରୁ ଏକ ଖବର ଆସିଛି କି, ମ୍ୟାଚର କ୍ରେଜ୍ ପାଇଁ ଇଲେକ୍ଟ୍ରି ଡିପାର୍ଟମେଣ୍ଟକୁ ନିଜର ନିଷ୍ପତ୍ତି ବଦଳାଇବାକୁ ପଡ଼ିଛି । ବିହାରର ନଓ୍ବାଡା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଖବର ।

କୁହାଯାଉଛି କି, ଏହି ଜିଲ୍ଲାର କିଛି ଅଞ୍ଚଳରେ ଆଜି ବିଜୁଳି ସରବରାହ ବନ୍ଦ ରହିବା ନେଇ ପୂର୍ବରୁ କୁହାଯାଇଥିଲା । କାରଣ କିଛି ଟ୍ରାନ୍ସଫର୍ମର ବଦଳ ଭଳି କାମ ରହିଥିଲା । ଯେଉଁ କାରଣୁ ୧୧ କେଭି ତାର ସଂଯୋଗ ହୋଇଥିବା ଅଞ୍ଚଳରେ ମଧ୍ୟ କାମ ହେବାର ଥିଲା । ଯେଉଁ କାରଣରୁ ଏଠାରେ ବିଜୁଳି କାଟିବା ପାଇଁ ପୂର୍ବରୁ କୁହାଯାଇଥିଲା । ମାତ୍ର ଭାରତ-ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଲୋକେ ଅଭିଯୋଗ ଜଣାଇଥିଲେ । ଆଉ ଶେଷରେ ଏତେ ଲୋକ କହିବା ପରେ ବିଜୁଳି ବିଭାଗ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରିଛି । ଏହି କାମକୁ ଆଜି ପାଇଁ ବନ୍ଦ କରି ପରେ କାମ କରିବା ପାଇଁ କହିଛି ।