spot_img

Latest Posts

ବଦଳୁଛି ନିର୍ବାଚନୀ ପାଣିପାଗ: ନୂଆପଡ଼ାରେ ବଢ଼ୁଛି ବିଜେଡି ପ୍ରତି ଜନସମର୍ଥନ

ବଦଳୁଛି ନିର୍ବାଚନୀ ପାଣିପାଗ। ବଢ଼ୁଛି ନୂଆପଡ଼ାରେ ବିଜେଡି ପ୍ରତି ଜନସମର୍ଥନ। ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ଗସ୍ତପରେ ଭୋଟରଙ୍କ ମୁଡ ବଦଳିବାରେ ଲାଗିଛି। ନୂଆପଡାବାସୀଙ୍କ ହୃଦୟରେ ନବୀନ ଛାପ । ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଦୃଢ଼ମନା ହେଲେଣି ଭୋଟର । ନବୀନ ପଟ୍ଟନାୟକଙ୍କ କୋମନା ପ୍ରଚାର ପରେ ବଦଳିଯାଇଛି ନୂୂଆପଡ଼ା ଉପନିର୍ବାଚନ ସ୍ଥିତି । ବିଜେପି ଓ କଂଗ୍ରେସକୁ ଛାଡି ବିଜେଡିରେ ଯୋଗଦେଉଛନ୍ତି ମାଳମାଳ ଲୋକ । ଏ ହେଉଛି ନୂଆପଡାର ଚିତ୍ର । ଯାହା ମୁହଁରୁ ଶୁଣିବ ତା ମୁହଁରୁ ବାହାରୁଛି ନବୀନ ଆମର । ଶଙ୍ଖଫୁଙ୍କି ସ୍ନେହାଙ୍ଗିନୀକୁ ବିଜୟ ମୁକୁଟ ପିନ୍ଧାଇବାକୁ ନୂଆପଡାବାସୀ ପଣ କରିଥିବା ସ୍ପଷ୍ଟ ବାରିହୋଇ ପଡୁଛି । ନିର୍ବାଚନମଣ୍ଡଳୀର କୋଣ ଅନୁକୋଣରୁ ବହୁ ଲୋକେ ଏବେ ବିଜେଡି ସହ ଅଧିକ ସଂଖ୍ୟାରେ ଯୋଡ଼ି ହେବା ଆରମ୍ଭ କରିଛନ୍ତି । କୋମନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦରଲୀପଡ଼ା ପଞ୍ଚାୟତରେ ସୁଦୃଢ ହୋଇଛି ଦଳ । ପ୍ରଚାର ସର୍ବସ୍ବ ୧୬ ମାସ ଧରି ବିଜେପି ସରକାର ରାଜ୍ୟବାସୀଙ୍କ ସମେତ ନୂଆପଡ଼ାବାସୀଙ୍କୁ ପ୍ରତାରଣା କରିଆସିଛନ୍ତି। ବିକାଶ ପୁରୁଷ ଗତକାଲି ସରକାରଙ୍କୁ କରିଥିବା କଟାକ୍ଷକୁ ଏବେ ମର୍ମେ ମର୍ମେ ବୁଝିଲେଣି ନୂଆପଡ଼ାବାସୀ। ଦଳୀୟ ନେତା ବି ଉତ୍ସାହିତ।

ସେପଟେ ଭୋଟ ଚୋରି ପ୍ରସଙ୍ଗ ଉଠାଇ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ କଂଗ୍ରେସ ବିଜେଡି ସୁପ୍ରିମୋଙ୍କୁ ସାବାସୀ ଦେଇଛି। ଏବେ କିନ୍ତୁ ନବୀନଙ୍କ ଗସ୍ତ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୂଆପଡ଼ାବାସୀ ଅବଗତ ହୋଇଥିବାରୁ ଅନ୍ୟ ଦଳର ନେତାଙ୍କ ଚିନ୍ତା ବଢ଼ିଯାଇଛି । ନବୀନଙ୍କ ଗୋଟିଏ ସଭା ନୂଆପଡ଼ା ରାଜନୀତିରେ ବଡ଼ ପ୍ରଭାବ ପକାଇଛି । ନବୀନଙ୍କ ବିକାଶ ଧାରା ଭୋଟରେ ପରିଣତ ହେବ ବୋଲି ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୭ ତାରିଖ କାର୍ଯ୍ୟକ୍ରମ ପରେ ବିରୋଧୀଙ୍କ ରାଜନୈତିକ ଗୋଟି ଚାଳନା ବିଗିଡ଼ିଯିବ ବୋଲି କହିଛନ୍ତି ଗ୍ରାମାଞ୍ଚଳର ଭୋଟର ।

Latest Posts

Don't Miss