ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ, ସକାଳ ୧୦ଟାରୁ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି । ଚଳିତ ଥର ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ଦଳ ବିରୋଧ ଆଇନ ଲାଗୁ ହେଉଥିବାରୁ ଦଳୀୟ ଚିହ୍ନରେ ଲଢି ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନିଜ ଦଳର ପ୍ରତିନିଧିଙ୍କୁ ଦେଖାଇ ଦେବେ । ତେବେ ସଂଖ୍ୟା ଦୃଷ୍ଟିରୁ ସବୁ ଜିଲ୍ଲାରେ ବିଜେଡି ବହୁମତ ପାଇଥିବାରୁ ନିର୍ବାଚନ ହେବାର ଆଶା କମ୍ ରହିଛି । ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଏବଂ ୧.୩୦ରୁ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ।