ଆସିକାରେ ନିର୍ବାଚନୀ ହିଂସା, ଜଣେ ମୃତ

ଗଞ୍ଜାମ: ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା । କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ଛାନବିନ୍ ଆରମ୍ଭ କରିଛି ।

ସୂଚନା ମୁତବାକ ଏହି ଘଟଣାରେ ଆହତ ହୋଇଛନ୍ତି ଅବିନାଶ ବରଡ଼, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବଳରାମ ପୋଲାଇ  । ସମସ୍ତ ଗୁରୁତର ଆହତ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅବିନାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପଂହଁଚି ତଦନ୍ତ ଜାରି ରଖିଛି । ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ନିର୍ବାଚନୀ ହିଂସା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି  ।