ଆଉ କିଛି ସମୟ ପରେ ଆସିବ ୫ ରାଜ୍ୟର ବିଧାନସଭା ଫଳାଫଳ, ୟୁପି ଓ ପଞ୍ଜାବ ଉପରେ ରହିଛି ନଜର

1 min read

ନୂଆଦିଲ୍ଲୀ: ୨୪ ଫାଇନାଲ ପୂର୍ବରୁ କିଏ ମାରିବ ସେମିଫାଇନାଲ ବାଜି । କିଏ ଜିତିଛି ଜନତାଙ୍କ ଦିଲ୍ । କାହା ସପକ୍ଷରେ ଯିବ ଜନମତ । କେତେ ସତ ହେବ ଏକଜିଟ୍ ପୋଲ୍ । ୫ରାଜ୍ୟରେ କାହାର ଚାଲିବ ରାଜ୍ । ଆଉ କିଛି ସମୟ ପରେ ଖୋଲିବ ଇଭିଏମ୍, ଗଣତି ହେବ ଭୋଟ୍ । ସାରା ଦେଶର ନଜର ଏବେ ଉତ୍ତରପ୍ରଦେଶ ଉପରେ । ୫ ରାଜ୍ୟର ୬୯୦ ବିଧାନସଭା ଆସନର ଆସିବ ଫଳାଫଳ । ସର୍ବାଧିକ ଆସନ ଥିବା ରାଜ୍ୟ ଉତ୍ତରପ୍ରଦେଶରେ କିଏ ଦଖଲ କରିବ ସିଂହାସନ । ଯୋଗୀଙ୍କ ସରକାର ରିପିଟ୍ ହେବ ନା ପରିବର୍ତ୍ତନକୁ ଭୋଟ୍ ଦେଇଛନ୍ତି ୟୁପିବାସୀ । ଏହା ଉପରେ ରହିଛି ସାରା ଦେଶର ନଜର । ଏକଜିଟ୍ ପୋଲରେ ବିଜେପି ଶାସନକୁ ଫେରିବ ବୋଲି କୁହାଯାଉଥିବା ବେଳେ ଏହା କେତେ ସତ ହେବ ତାହା ଉପରେ ପୂରା ଭାରତର ନଜର ରହିଛି ।

ଅନ୍ୟପକ୍ଷରେ ପଞ୍ଜାବରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । ଦିଲ୍ଲୀ ପରେ ଏଠାରେ ଚାଲିବକି ଝାଡ଼ୁ । ସେପଟେ ମଣିପୁର, ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି । ଆଉ କିଛି ସମୟ ପରେ ଇଭିଏମ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲଟ ହିସାବ କରାଯିବ । ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଆପଣାଯାଇଥିବା ବେଳେ ନିର୍ବାଚନୀ ହିଂସାକୁ ନଜରରେ ରଖି ଆଲର୍ଟରେ ଅଛି ପ୍ରଶାସନ ।