ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି । କାହା ସପକ୍ଷରେ ଯିବ ଜନାଦେଶ । କିଏ ସରକାର ଗଢ଼ିବ? ଏହାକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ଜାରି ରହିଥିବାବେଳେ ନଜର ପକାନ୍ତୁ ୨୦୦୦ ମସିହାରୁ ୨୦୧୯ ମଧ୍ୟରେ ରାଜ୍ୟରେ କଣ ରହିଥିଲା ରେଜଲ୍ଟ । କିଭଳି ଗଠନ ହୋଇଥିଲା ସରକାର ।
ଓଡ଼ିଶା ବିଧାନସଭା ନିର୍ବାଚନ ୨୦୦୦
| ଦଳ | ଆସନ | ଭୋଟ୍ ସେୟାର | |
| ବିଜେଡି | ୬୮ | ୨୯.୪୦% | |
| ବିଜେପି | ୩୮ | ୧୮.୨୦% | |
| କଂଗ୍ରେସ | ୨୬ | ୩୩.୭୩% | |
୨୦୦୦ ମସିହାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହୋଇଥିବାବେଳେ ୧୦୬ ସହ ସରକାର ଗଠନ କରିଥିଲେ ।
ଓଡ଼ିଶା ବିଧାନସଭା ନିର୍ବାଚନ -୨୦୦୪
| ଦଳ | ଆସନ | ଭୋଟ୍ ସେୟାର |
| ବିଜେଡି | ୬୧ | ୨୭.୩୬% |
| ବିଜେପି | ୩୨ | ୧୭.୧୧% |
| କଂଗ୍ରେସ | ୩୮ | ୩୪.୮୨% |
| ସ୍ବାଧୀନ | ୮ | ୧୨.୨୦% |
୨୦୦୪ ବିଧାନସଭା ନିର୍ବାଚନ ବିଜେପି ଏବଂ ବିଜେଡି ମେଣ୍ଟ ୯୩ ଆସନ ସହ ସରକାର ଗଢ଼ିଥିଲା
ଓଡ଼ିଶା ବିଧାନସଭା ନିର୍ବାଚନ -୨୦୦୯
| ଦଳ | ଆସନ | ଭୋଟ୍ ସେୟାର |
| ବିଜେଡି | ୧୦୩ | ୩୮.୮୬% |
| ବିଜେପି | ୦୬ | ୧୫.୦୩% |
| କଂଗ୍ରେସ | ୨୭ | ୨୯.୧୦% |
୨୦୦୯ ସାଧାରଣ ନିର୍ବାଚନରେ ୧୦୩ ଆସନ ସହ ବିଜେଡି ସରକାର ଗଠନ କରିଥିଲା ।
ଓଡ଼ିଶା ବିଧାନସଭା ନିର୍ବାଚନ -୨୦୧୪
| ଦଳ | ଆସନ | ଭୋଟ୍ ସେୟାର |
| ବିଜେଡି | ୧୧୭ | ୪୩.୪% |
| ବିଜେପି | ୧୦ | ୧୮% |
| କଂଗ୍ରେସ | ୧୬ | ୨୫.୭% |
୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶା ପୂର୍ଣ୍ଣ ବହୁମତ ସହ ୧୧୭ ଆସନ ସହ ସରଗାର ଗଠନ କରିଥିଲା
ଓଡ଼ିଶା ବିଧାନସଭା ନିର୍ବାଚନ -୨୦୧୯
| ଦଳ | ଆସନ | ଭୋଟ୍ ସେୟାର |
| ବିଜେଡି | ୧୧୩ | ୪୪.୭% |
| ବିଜେପି | ୨୩ | ୩୨.୫% |
| କଂଗ୍ରେସ | ୦୯ | ୧୬.୧୨% |
୨୦୧୯ ସାଧାରଣ ନିର୍ବାଚନରେ ୧୧୩ ଆସନ ସହ ବିଜେଡି ଓଡ଼ିଶାରେ ସରଗାର ଗଠନ କରିଥିଲା ।

