ମମତାଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ସଚିବଙ୍କ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ EC

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ରିପୋର୍ଟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ନିର୍ବାଚନ ଆୟୋଗ  । ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଆଲାପନ ବନ୍ଧୋପାଧ୍ୟାୟ ଦେଇଥିବା ରିପୋର୍ଟ ସ୍ପଷ୍ଟ ନଥିବା କହିଛନ୍ତି ଆୟୋଗ  । ଏଥିସହ ପୁନର୍ବାର ବିସ୍ତୃତ ଓ ସ୍ପଷ୍ଟ ରିପୋର୍ଟ ମାଗିଛନ୍ତି  । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ  । ସେହିପରି ଦୁଇ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ରିପୋର୍ଟ ଦେବାକୁ ଆୟୋଗ କହିଛନ୍ତି  । ଶୁକ୍ରବାର ମୁଖ୍ୟ ସଚିବ ଦେଇଥିବା ରିପୋର୍ଟରେ ଘଟଣା ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ନଥିଲା  । ଏପରିକି ଘଟଣା କେଉଁଠି ଘଟିଛି, ଆଉ କିଭିଳି ପରିସ୍ଥିତିରେ ହୋଇଛି ତାହା ମଧ୍ୟ ଉଲ୍ଲେଖ କରାଯାଇନଥିଲା  । ତେବେ ଲୋକଙ୍କ ଭିଡ଼, ବ୍ୟସ୍ତ ବହୁଳ ରାସ୍ତା କିମ୍ବା ସଡ଼କ ପାର୍ଶ୍ବରେ ଥିବା ଲୁହା ଖମ୍ବ କିମ୍ବା କବାଟର ଝଟକାରେ ମମତା ଆହତ ହୋଇଥିବା ରିପୋର୍ଟରେ କୁହାଯାଇଥିଲା  । ଏପରିକି ଏହା ଆକ୍ରମଣ ନାଁ ଦୁର୍ଘଟଣା ବୋଲି ମଧ୍ୟ ସ୍ପଷ୍ଟ କରାଯାଇନଥିବା କହିଛନ୍ତି ଆୟୋଗ ।

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖରେ ନନ୍ଦିଗ୍ରାମରେ ପ୍ରଚାର ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ ଟିଏମସି ନେତ୍ରୀ ମମତା ବାନାର୍ଜୀ । ୪ ଜଣ ଲୋକ ଅତର୍କିତ ତାଙ୍କ ଉପରେ ଆକ୍ରମଣ କରିଥିବା ମମତା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ନନ୍ଦିଗ୍ରାମର ବାରଲୁଆ ବଜାରରେ ମମତାଙ୍କ ଗୋଡ଼କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ ବେଳେ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ନଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ, ଗୋଡ଼ରେ ଲାଗିଛି ଆଘାତ

Leave a Reply