ଏଣିକି ନିର୍ବାଚନରେ ସାଂସଦ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୯୫ ଲକ୍ଷ

ନୂଆଦିଲ୍ଲୀ: ବଢିଲା ସାଂସଦ ଓ ବିଧାୟକଙ୍କ ଖର୍ଚ୍ଚ ସୀମା । ନିର୍ବାଚନ ଲଢିବାକୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଛି । ଏଣିକି ନିର୍ବାଚନରେ ଆହୁରି ୨୫ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିପାରିବେ ସାଂସଦ ପ୍ରାର୍ଥୀ । ପୂର୍ବରୁ ସାଂସଦମାନେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ଏହାକୁ ୯୫ ଲକ୍ଷକୁ ବୃଦ୍ଧି କରାଯାଇଛି ।
ସେହିପରି ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ୫୪ ଲକ୍ଷ ଟଙ୍କା ଥିବାବେଳେ ଏବେ ତାହାକୁ ବୃଦ୍ଧି ଘଟାଯାଇ ୭୦ ଲକ୍ଷ କରାଯାଇଛି । ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।