ନିର୍ବାଚନୀ ପ୍ରଚାର ଉପରେ ECଙ୍କ କଟକଣା
1 min readନୂଆଦିଲ୍ଲୀ: କରୋନା ପାଇଁ ନିର୍ବାଚନୀ ପ୍ରଚାର ଉପରେ କଟକଣା ଲଗାଇଲେ ନିର୍ବାଚନ ଆୟୋଗ । ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ ପ୍ରଚାର ଉପରେ ରୋକ୍ । ଏଥିସହ ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଉପରେ ରୋକ୍ ଲଗାଇଲେ ନିର୍ବାଚନ ଆୟୋଗ । ପଶ୍ଚିମବଙ୍ଗରେ ଆଉ ୩ଟି ପର୍ଯ୍ୟାୟ ମତଦାନ ଥିବା ବେଳେ ପ୍ରଚାର ଉପରେ କଟକଣା ଲଗାଯାଇଛି ।
Election Commission (EC) curtails the timing of the campaign up to 7 PM. There shall not be any campaign between 7 PM and 10 AM on campaign day. Silence period extended from 48 hours to 72 hours in each of the remaining three phases in West Bengal: EC pic.twitter.com/anHbexpNqG
— ANI (@ANI) April 16, 2021
ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରିଥିବା ବେଳେ ଷଷ୍ଠ ପର୍ଯ୍ୟାୟ ପ୍ରଚାର ଠାରୁ ଏହି କଟକଣା ଲାଗିବ । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି କଟକଣା ଲଗାଯାଇଛି । ରାଲି ଆୟୋଜକଙ୍କୁ ମଧ୍ୟ ନିର୍ବାଚନ ଆୟୋଗ ବିଭିନ୍ନ ପରାମର୍ଶ ଦେଇଛନ୍ତି । ରାଲିରେ ଯୋଗ ଦେଉଥିବା ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଆୟୋଜକ ଗୁରୁତ୍ବ ଦେବେ ।