ମେ’ ୨ ନିର୍ବାଚନ ଫଳାଫଳ ପରେ ହୋଇପାରିବିନି ବିଜୟ ଶୋଭାଯାତ୍ରା, ରୋକ୍ ଲଗାଇଲେ EC

1 min read
Election Commission Bans Al Victory Processions On Or After Counting 2nd May

ନୂଆଦିଲ୍ଲୀ: କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପକୁ ଦେଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ମେ’ ୨ ତାରିଖରେ ଆସିବ । ନିର୍ବାଚନରେ ବିଜୟ ପରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ । ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ ।

ଏଥିସହ ପଢ଼ନ୍ତୁ- ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍: ମାଡ୍ରାସ ହାଇକୋର୍ଟ

ଏଥିସହ ବିଜୟ ପ୍ରାର୍ଥୀଙ୍କ ସହ ୨ ଜଣରୁ ଅଧିକ ବ୍ୟକ୍ତି ବିଜୟ ପ୍ରମାଣପତ୍ର ଆଣିବାକୁ ଯିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ମାଡ୍ରାସ୍ ହାଇକୋର୍ଟ କରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍ ବୋଲି କହିଛନ୍ତି । କୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।

Election Commission Bans All Victory Processions On Or After Counting 2nd May

ସୂଚନାଯୋଗ୍ୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ପୁଡୁଚେରୀରେ ଅନୁଷ୍ଠିତ ହୋଇଥିବା ନିର୍ବାଚଳ ଫଳାଫଳ ମେ ୨ରେ ଘୋଷଣା ହେବ । ୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଶେଷ ହୋଇ ଯାଇଥିବା ବେଳେ ପଶ୍ଚିମବଙ୍ଗରେ ଗୋଟିଏ ପର୍ଯ୍ୟାୟ ଭୋଟିଂ ବାକି ରହିଛି ।

କରୋନା ସଂକ୍ରମଣ ମାମଲା ବିଗତ କିଛିଦିନ ହେଲା ଦ୍ରୁତଗତିରେ ବଢ଼ି ଚାଲିଛି । ନିର୍ବାଚନ ପ୍ରଚାରେ ବେଳେ ବିଭିନ୍ନ ରାଜନୀତିକ ଦଳର ସଭାରେ ଅସଂଖ୍ୟ ଲୋକଙ୍କ ଭିଡ଼ ଲାଗୁଥିଲା । ସେଠି ନା ସାମାଜିକ ଦୂରତା ଥିଲା, ନା କାହା ମୁହଁରେ ମାସ୍କ ଦେଖିବାକୁ ମିଳୁଥିଲା । ଏପରିକି ନିର୍ବାଚନ ପ୍ରଚାରେ ବେଳେ ପ୍ରାୟ ଦଳର ଷ୍ଟାର କ୍ୟାମ୍ପେନର ମଧ୍ୟ ମାସ୍କ ପିନ୍ଧୁନଥିବା ଦେଖା ଯାଇଥିଲା । ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ନିର୍ବାଚନ ଆୟୋଗ ବଡ଼ ରାଲି, ରୋଡ୍ ଶୋ’ ଉପରେ କଟକଣା ଲଗାଇଥିଲେ ।

Leave a Reply