ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

1 min read

ନନ୍ଦିଘୋଷ ବ୍ୟୁରୋ: ସରିଲା ଶେଷ ପର୍ଯ୍ୟାୟ ଲାଗି ପ୍ରଚାର । ଆଉ ଦିନକ ପରେ ପଡିବ ଭୋଟ । ଏନେଇ ବ୍ଯାପକ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ଯ ନିର୍ବାଚନ ଅଧିକାରୀ । ଚତୁର୍ଥ ପର୍ଯାୟରେ ୬ଟି ସଂସଦୀୟ କ୍ଷେତ୍ରର  ୪୨ଟି ବିଧାନସଭା କ୍ଷେତ୍ରରେ  ହେବ ନିର୍ବାଚନ।  ଚତୁର୍ଥ ପର୍ଯାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି | 99.61 ଲକ୍ଷ ଭୋଟର ମତଦାନ କରିବେ | ପୁରୁଷ ଭୋଟର ୫୦.୮୮ ଲକ୍ଷ ,ମହିଳା ଭୋଟର ୪୮.୭୨ ଲକ୍ଷ ରହିଛନ୍ତି । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ ବୋଲି କହିଛନ୍ତି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ । ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ | ୨୦% ଆଦର୍ଶ ବୁଥ ରହିଛି ।  ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ | ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି | ଚଳିତଥର  ଚତୁର୍ଥ ପର୍ଯାୟରେ ୩୯୪ ବିଧାନସଭା ପ୍ରାର୍ଥୀ, ୬୬ ଲୋକସଭା ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସୁରକ୍ଷା ପାଇଁ ଭୋଟ କେନ୍ଦ୍ର ନିକଟରେ  ୧୨୫ କମ୍ପାନୀ CAPF  ମୃତୟନ ହୋଇଛନ୍ତି  | ଯାଜପୁର 20, ବାଲେଶ୍ୱର 22, କେନ୍ଦ୍ରାପଡ଼ା 18, ଭଦ୍ରକ 16, ଜଗତସିଂହପୁର 12, ମୟୂରଭଞ୍ଜ 18, କଟକ 12, ପୁରୀରେ 7  କମ୍ପାନୀ CAPF ମୁତୟନ କରାଯାଇଛି ।  PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି | ପୋଲିଂ ବୁଥକୁ ମୋବାଇଲ ମନା ରହିଛି  | ଏଜେଣ୍ଟ ଓ ଭୋଟର ବୁଥ କୁ ମୋବାଇଲ ନେଇ ପାରିବେ ନାହିଁ | କେବଳ ପ୍ରି ଜାଡିଙ୍ଗ ଅଫିସର ମୋବାଇଲ ନେଇପାରିବେ। 2019ରେ ଏହି 6 ଟି ସଂସଦୀୟ କ୍ଷେତ୍ରରେ 74%  ମତଦାନ ହାର ରହିଥିଲା | ବୋଲଗଡ଼ର ବୁଥ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ |